ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ତମାମ ପେଟ୍ରୋଲ ଓ ଡ଼ିଜେଲ ଦାମ ବଢି ଚାଲିଥିବା ବେଳେ ଭୁବନେଶ୍ୱର ଓ କଟକରେ ମଧ୍ୟ ଏହି ଦର ବୃଦ୍ଧି ପାଇ ଚାଲିଛି। ଲଗାତର ୯ ଦିନ ପାଇଁ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହୋଇଥିବା ବେଳେ ଓଡ଼ିଶାରେ ତାହା କିଛି କମ ରହିଛି।

ବୁଧବାର ଦିନ  କଟକରେ ଗ୍ରାହକମାନେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୩୬ ପଇସା ଦେଇଛନ୍ତି। ଭୁବନେଶ୍ୱରରେ ଏହା ୯୦ ଟଙ୍କା ୪୨ ପଇସା ରହିଛି। ପେଟ୍ରୋଲ ଭଳି ଡିଜେଲ ଦାମ ମଧ୍ୟ ଉଭୟ ସହରରେ ବୃଦ୍ଧି ପାଇବାରେ ଲାଗିଛି।

Comment