ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ଲଗାତର ଦ୍ଵିତୀୟ ଦିନରେ ଡିଜେଲ ଓ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଗତକାଲି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ପଇସା ବଢ଼ିଥିବାବେଳେ ଆଜି ଅର୍ଥାତ ୨୩ ତାରିଖ ଲିଟର ପିଛା ପୁଣି ୮୦ ପଇସା ଲେଖାଏଁ ବଢ଼ିଛି। ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତୈଳ ଦର ଅପରିବର୍ତ୍ତିତ ରହିଥିଲା।

ଭାରତର ରାଜଧାନୀ ଦିଲ୍ଲୀରେ ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ୯୭ ଟଙ୍କା ୧ ପଇସାରେ ପହଞ୍ଚିଛି ଏବଂ ଡିଜେଲ ଲିଟର ପ୍ରତି ୮୮ ଟଙ୍କା ୨୭ ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ ୧୦୬ ଟଙ୍କା ୩୪ ପଇସା ହୋଇଥିବାବେଳେ ଡିଜେଲ ଦର ୯୧ ଟଙ୍କା ୪୨ ପଇସା ହୋଇଛି।

ଭୁବନେଶ୍ଵରରେ ପେଟ୍ରୋଲ ଦର ଲିଟର ପିଛା ୯୭ ପଇସା ବୃଦ୍ଧି ପାଇଛି। ଏବେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୬୯ ପଇସା ହୋଇଛି। ଡିଜେଲ ମୂଲ୍ୟରେ ୯୧ ପଇସା ବଢ଼ି ୯୩ ଟଙ୍କା ୪୪ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୬୭ ପଇସା ହୋଇଛି। ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇ ଲିଟର ପିଛା ୯୫ ଟଙ୍କା ୮୫ ପଇସାରେ ପହଞ୍ଚିଛି।

ଗତ ବର୍ଷ କେନ୍ଦ୍ର ସରକାର ନଭେମ୍ବର ମାସରେ ପେଟ୍ରୋଲ ଡିଜେଲର ଦର ହ୍ରାସ କରିଥିଲେ। ସେତେବେଳେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହ୍ରାସ ହୋଇଥିଲା। ବହୁଦିନ ଧରି ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା। କିନ୍ତୁ ଲଗାତର ଦୁଇ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାହକ।

Tags: #Petrol #Diesel #Price #HikePrice #India #Odisha

LEAVE A REPLY

Please enter your comment!
Please enter your name here