ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବ୍ରେକ୍ ଲାଗିବାର ନା ଧରୁନି। ୧୬ ଦିନ ହେଲା ଲଗାତର ବଢ଼ି ଚାଲିଛି ପେଟ୍ରୋଲ ଏବଂ ଡିଜେଲର ଦର। ୧୬ ଦିନରେ ୧୪ ଥର ତେଲ ମୂଲ୍ୟ ବୃଦ୍ଧି ହେଲାଣି। ବୁଧବାର ପୁଣି ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୪୧ ପଇସା ରହିଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୬ ଟଙ୍କା ୬୭ ପଇସା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟରେ ଲିଟର ପ୍ରତି ୮୪ ଟଙ୍କା ଏବଂ ଡିଜେଲ ଦରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି। ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ୫୧ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୭୭ ପଇସା ହୋଇଛି।

ଭୁବନେଶ୍ଵର ବଜାରରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇଛି। ଆଜି ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୬୮ ପଇସା ଏବଂ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୩୫ ପଇସାରେ ପହଞ୍ଚିଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ହେଉଥିବାରୁ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟରେ ବସ୍, ଅଟୋ ଏବଂ ଅନ୍ୟ ଗାଡ଼ିଗୁଡ଼ିକର ଭଡ଼ାରେ ବୃଦ୍ଧି ହୋଇଛି।

Tags: #Petrol #Diesel #PriceHike #Bhubaneswar #Odisha

LEAVE A REPLY

Please enter your comment!
Please enter your name here