ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଦେଶ ତଥା ରାଜ୍ୟରେ ଲଗାତର ୧୦ ଦିନ ହେଲା ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବସ୍ ଭଡ଼ାରେ ବୃଦ୍ଧି କରାଯାଇଛି। ବିଭିନ୍ନ ବର୍ଗର ବସ୍ ଭଡ଼ାରେ କିଲୋମିଟର ହିସାବରେ ବୃଦ୍ଧି କରାଯାଇଥିବା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

ସାଧାରଣ ବସ୍ ଭଡ଼ା କିମି ପିଛା ୮୩ରୁ ୯୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ ମୂଲ୍ୟରେ କିମି ପିଛା ୯୧ରୁ ୯୪ ପଇସା ବୃଦ୍ଧି କରାଯାଇଛି। ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ାରେ କିମି ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପାଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଡିଲକ୍ସ ଭଡ଼ା କିମି ପ୍ରତି ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏହା ସହ ଏସି ଡିଲକ୍ସ ବସର ଭଡ଼ା କିମି ପିଛା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାରେ ଲଗିଛି। ଗତ ୧୦ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୯ ଥର ବୃଦ୍ଧି ହେଲାଣି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୦୮ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପିଛା ପ୍ରାୟ ୯୭ ଟଙ୍କା ରହିଛି।

Tags: #BusFare #BusTicket #Odisha #PetrolAndDieselPriceHike

Comment