ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): କମିଲା ଟମାଟୋ ଦର। ଦୁଇ ଶହ ଟଙ୍କା ନୁହେଁ ଏବେ କିଲୋଗ୍ରାମ ପ୍ରତି ୬୦ ଟଙ୍କାରେ ମିଳୁଛି ଟମାଟୋ। କିଛି ଦିନ ହେଲା ରୋଷେଇ ଘରେ ଟମାଟୋର ଆଦର କମିଥିବାବେଳେ ଦର କମିବାରୁ ପୁଣି ପରିବା ଡାଲରେ ଶୋଭା ପାଇଲାଣି ଟମାଟୋ। ବୌଦ୍ଧ ଜିଲ୍ଲାରେ ଏବେ କିଲୋଗ୍ରାମ ପ୍ରତି ୬୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି।

ବୌଦ୍ଧ ଚାରିଛକ ସପ୍ତାହିକ ହାଟରେ ଟମାଟୋର ମୂଲ୍ୟ ଶୁଣି ଖୁସି ହୋଇଯାଇଥିଲେ ଗ୍ରାହକ। ଘରୁକୁ ଅଧା କିଲୋଗ୍ରାମ ଟମାଟୋ ନେବାକୁ ଭାବି ହାଟକୁ ଆସିଥିବା ଗ୍ରାହକ ମାତ୍ର ୬୦ ଟଙ୍କାରେ କେଜିଏ ଟମାଟୋ ମିଳୁଥିବା ଶୁଣି ୩ରୁ ୪ କିଲୋଗ୍ରାମ ଟମାଟୋ କିଣିଥିଲେ।

ବେଙ୍ଗାଳୁରୁରୁ ଟମାଟୋ ଆସିବା ପରେ ଏବେ ଟମାଟୋ ମୂଲ୍ୟରେ ହ୍ରାସ ହେଉଛି। ବୌଦ୍ଧରେ ଏବେ ଟମାଟୋ କିଲୋଗ୍ରାମ ପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି।

Tags: #Food #Tomato #PriceFall #Boudh

Comment