ଓଡ଼ିଶାଲାଇଭ୍ ବ୍ୟୁରୋ

ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି। ଜୁନ ମାସ ପହିଲାଠାରୁ ୧୯ କିଲୋଗ୍ରାମ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି। କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୩୫ ଟଙ୍କା ଲେଖାଏଁ ହ୍ରାସ ପାଇଛି। ଏହି ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ନୂଆ ଦର ଲାଗୁ ହେବା ପରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ବର୍ତ୍ତମାନ ଦିଲ୍ଲୀରେ ୨,୨୧୯ ଟଙ୍କା ହୋଇଛି। ଏହା ପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨,୩୫୪ ଟଙ୍କା ଥିଲା। ସେହିପରି କୋଲକାତାରେ ୨,୪୫୪ ଟଙ୍କା ପରିବର୍ତ୍ତେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୩୦୬ ଟଙ୍କାରୁ ହ୍ରାସ ହୋଇ ୨,୧୭୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୫୦୭ ଟଙ୍କାରୁ ହ୍ରାସ ହୋଇ ୨,୩୭୩ ଟଙ୍କା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ।

ଗତ ମେ’ ୧୯ ତାରିଖରେ ଘରୋଇ ଏବଂ କମର୍ସିଆଲ ଉଭୟ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଥିଲା। ୧୪ କିଲୋଗ୍ରାମ ଯୁକ୍ତ ଘରୋଇ ସିଲିଣ୍ଡର ମୂଲ୍ୟ ୩.୫୦ ଟଙ୍କା ଏବଂ ୧୯ କିଲୋଗ୍ରାମ ଯୁକ୍ତ କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୮ ଟଙ୍କା ବୃଦ୍ଧି ହୋଇଥିଲା। ଏହା ପୂର୍ବରୁ ମଧ୍ୟ ମେ’ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଥିଲା।

Tags: #GasCylinder #LPGCylinder #PriceHike #PriceFall #CommercialGasCylinder

Comment