ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ବୁଧବାର ମଧ୍ୟରାତିରୁ ସବସିଡି ଓ ଅଣ ସବସିଡି ଏଲପିଜି ଦର ବୃଦ୍ଧି ପାଇଛି। ସବସିଡି ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨ ଟଙ୍କା ୯୪ ପଇସା ବୃଦ୍ଧି ପାଇଛି ଏବଂ ଅଣ ସବସିଡି ସିଲିଣ୍ଡରର ଦର ୬୦ ଟଙ୍କା ବୃଦ୍ଧି ପାଇଛି।

ଏବେ ଗ୍ରାହକମାନଙ୍କୁ ସବ୍‌ସିଡିଯୁକ୍ତ ଗ୍ୟାସ୍‌ ପାଇଁ ସିଲିଣ୍ଡର ପିଛା ୫୦୫ ଟଙ୍କା ୩୪ ପଇସା ଦେବାକୁ ପଡ଼ିବ। ପୂର୍ବରୁ ଗ୍ରାହକମାନଙ୍କୁ ୫୦୨ ଟଙ୍କା ୪୦ ପଇସା ଦେବାକୁ ପଡ଼ୁଥିଲା। ସେହିପରି ଅଣସବସିଡି ଗ୍ୟାସ୍‌ ସିଲିଣ୍ଡର ପାଇଁ ୮୮୦ ଟଙ୍କା ଦେବାକୁ ପଡ଼ିବ।

ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁନ୍‌ ମାସ ପରଠାରୁ ସବସିଡିଯୁକ୍ତ ଏଲପିଜିରେ ୧୪.୧୩ଟଙ୍କାର ଦରବୃଦ୍ଧି ହୋଇସାରିଲାଣି।

Comment