ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ବଡ଼ ଖବର। ୧୬ ଏପ୍ରିଲ, ୨୦୨୧।  

  • କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ୧୯ ତାରିଖରୁ ରାଜ୍ୟର ସମସ୍ତ ସ୍ପୋର୍ଟସ ହଷ୍ଟେଲ ବନ୍ଦ କରିବାକୁ ସରକାରଙ୍କ ଘୋଷଣା
  • କୋରାପୁଟ ପଟାଙ୍ଗୀ ଠାରେ ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ ଘଟଣାରେ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ଆଉ ଥରେ ଲକଡାଉନ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କଲେ ଶିଳ୍ପ ମହାସଂଘ ବା ଫିକିର ଅଧ୍ୟକ୍ଷ ଉଦୟ ଶଙ୍କର
  • ପୂର୍ବତଟ ରେଳ ପକ୍ଷରୁ ହାଓଡା ଓ ଭାସ୍କୋଡ଼ାଗାମା ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି
  • ଦଶଟି ଜିଲ୍ଲାରେ ସାପ୍ତାହନ୍ତ ଲକଡାଉନ ସମୟରେ କରୋନା ଟିକା ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗର ଘୋଷଣା
  • ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ବାତିଲ କଲେ ସରକାର, ପରେ ପରୀକ୍ଷା ତାରିଖ ଘୋଷଣା ହେବ
  • କୋଭିଡ ଟିକା ମହଜୁଦ ରଖିଥିବା ଓ କଳା ବଜାରୀ କରୁଥିବା ଅଭିଯୋଗ, ଏହାକୁ ରୋକିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠିତ
  • ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଆଇସୋଲେସନକୁ ଜୋରଦାର କରାଯିବ, ୩୩ଟି ରାପିଡ ରେସପନ୍ସ ଟିମ ଗଠିତ
  • ରାତି କର୍ଫ୍ୟୁ ଜାରି ହେବା ଘୋଷଣା ପରେ ଅଯଥା ଦୋକାନ ବଜାର ଭିଡ଼ ନକରିବା ପାଇଁ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କ ନିବେଦନ
  • ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଷ୍ପତ୍ତି – ଶନିବାର ଓ ରବିବାର ଦର୍ଶନ ବନ୍ଦ, ଆସନ୍ତା ୨୪ରୁ ଏହି ନୂଆ ନିୟମ ଲାଗୁ

Comment