ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ବଡ଼ ଖବର। ୨୧ ଏପ୍ରିଲ, ୨୦୨୧।

  • କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ ଯୋଗାଇବ ବୋଲି ଜିନ୍ଦଲ ଷ୍ଟିଲ ଓ ପାୱାର ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରତିଶ୍ରୁତି
  • ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରେସ କାଉନ୍ସିଲ ଅଫ ଇଣ୍ଡିଆର ସଦସ୍ୟ ମନୋନୀତ
  • ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମୟୂରଭଞ୍ଜ ସାଂସଦ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁ କଟକ ବଡ଼ ମେଡିକଲରେ ଭର୍ତ୍ତି
  • ରାଜ୍ୟରେ ପୌର ପରିଷଦ ନିର୍ବାଚନ କରିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • କୋଭିଡ କଟକଣା ଭିତରେ ଆରମ୍ଭ ହୋଇଥିବା ଦ୍ଵିବାର୍ଷିକ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଶେଷ
  • ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଶିଖର ସ୍ଥାନରେ ପହଞ୍ଚିବ ବୋଲି କହିଲେ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ସିବିକେ ମହାନ୍ତି
  • ନିଜ ସରକାରୀ ବାସଭବନ ନିକଟରେ କୁକୁର ଝାଡ଼ା ଫେରିବା କାରଣରୁ ଆଇଏଏସ ଅଫିସର ବୀର ବିକ୍ରମ ଯାଦବ କୁକୁର ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ
  • କୁମ୍ଭମେଳାରୁ କରୋନା ଆକ୍ରାନ୍ତ ହୋଇ କଟକ ଫେରିଥିବା ଲୋକଙ୍କ ସଂଖ୍ୟା ୧୪କୁ ବୃଦ୍ଧି, ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ
  • ବୁଧବାର ଦିନ ଭୁବନେଶ୍ୱରରେ ୪୭୬ଟି ନୂଆ କରୋନା ମାମଲା ପଞ୍ଜୀକୃତ ହୋଇଛି, ରାଜଧାନୀରେ ଏବେ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୫୮୫

Comment