ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୧୪ ଏପ୍ରିଲ, ୨୦୨୧।

  • ସୁବ୍ରତ ଓ ସୁସ୍ମିତା ବାଗ୍‌ଚୀଙ୍କ କ୍ୟାନସର ହସ୍ପିଟାଲ ୨୦୨୪ ସୁଦ୍ଧା ଚାଲୁ ହେବ, ଲୋକ ସେବା ଭବନରେ ଚୁକ୍ତି ସ୍ୱାକ୍ଷରିତ
  • ପିପିଲି ଉପନିର୍ବାଚନ ସ୍ଥଗିତ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଶେଷ ଦର୍ଶନ ପାଇଁ ଆପୋଲୋ ହସ୍ପିଟାଲରେ ନେତାଙ୍କ ଭିଡ଼
  • ଜରୁରିକାଳୀନ ଚିକତ୍ସା ପାଇଁ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • କରୋନା ଫେରିବା ସହ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ଥଇଥାନ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
  • ଢେଙ୍କାନାଳର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିରେ ଗୋଷ୍ଠୀ ସଂଘର୍ଷ, ହଷ୍ଟେଲ ଛାଡିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ
  • ଗ୍ୟାଙ୍ଗଷ୍ଟର ହାଇଦର ଏକ ବାଇକରେ କଟକ ବଡ଼ ମେଡିକାଲରୁ ଖସି ପଳାଇ ଯାଇଥିବା ସନ୍ଦେହ, ତା ଦୁଇ ପୁଅ ଯୋଜନା ତିଆରି କରିଥିଲେ
  • କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦେଖି ଭୁବନେଶ୍ୱରର ସମ ହସ୍ପିଟାଲ ଓ ଅଶ୍ୱିନୀ ହସ୍ପିଟାଲର କୋଭିଡ ସେଣ୍ଟର ପୂର୍ଣ୍ଣ କ୍ଷମତାରେ ଚିକିତ୍ସା ଆରମ୍ଭ କଲେ
  • ଏପ୍ରିଲ ୧୪ରୁ ୨୦ପର୍ଯ୍ୟନ୍ତ ଟୁଇନ ସିଟିରେ କାଳବୈଶାଖୀ ବର୍ଷା, ଝଡ଼ର ପୂର୍ବ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ
  • ଏଲିନା ସାମନ୍ତରାୟ ଅଭିନୀତ ଚଳଚ୍ଚିତ୍ର ମୋନାଲିସା ଜୀ ସାର୍ଥକରେ ଶୁଭମୁକ୍ତି ଲାଭ କରିବ, ଅଶୋକ ପତି ଏହାର ନିର୍ଦ୍ଦେଶକ ଓ ଅଜୟ ରାଉତ ପ୍ରଯୋଜକ
  • ବୁଧବାର ଦିନ ରାଜ୍ୟର ୨୭ ଜିଲ୍ଲାରୁ ୬୧୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Comment