ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୧୩ ଏପ୍ରିଲ, ୨୦୨୧।

  • ଓଲିଉଡ ଅଭିନେତା ଓ ନିର୍ଦ୍ଦେଶକ ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ। ସମର୍ପଣ, ପଳାତକ ଓ ଜନ୍ମଦାତା ଆଦି ଚିତ୍ରରେ ଅଭିନୟ କରିଥିଲେ
  • ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗ ଗ୍ୟାଙ୍ଗଷ୍ଟର ହାଇଦର ଖସି ପଳାଇବା ପଛରେ ବରିଷ୍ଠ ଅଧିକାରୀଙ୍କ ହାତ ଅଛି
  • ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର କବିତା ଜଲାନ କେନ୍ଦ୍ରକୁ ଗଲେ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ଡିଡିଜି ଭାବେ ଯୋଗ ଦେବେ
  • କୋଭିଡ କଟକଣାକୁ ଧ୍ୟାନରେ ରଖି ସମଗ୍ର ରାଜ୍ୟରେ ଶନିବାର ଦିନ ବିଜେଡି ପାଳିବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ
  • ବିଭିନ୍ନ ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଦଶ ଜଣ ବରିଷ୍ଠ ଡାକ୍ତଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ଖାରଜ କଲେ ସରକାର
  • ବାହାରୁ ଆସୁଥିବା ଲୋକଙ୍କ ପାଇଁ ଆର୍‌ଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କଟାଯାଇଥିଲେ ହେଁ କରୋନାର ନୂଆ ଷ୍ଟ୍ରେନକୁ ଧରିହେଉ ନଥିବା କହିଲେ ଡାକ୍ତର
  • ଭୁବନେଶ୍ୱରରେ ରମଜାନ ପାଇଁ କୋଭିଡ କଟକଣା ଜାରି କଲା ବିଏମସି, ମସଜିଦରେ ୧୦୦ରୁ ଅଧିକ ଲୋକ ଜମା ହୋଇ ପାରିବେ ନାହିଁ
  • ଖଣ୍ଡଗିରିରେ କରୋନା ବେଲଗାମ, ଭୁବନେଶ୍ୱରରେ ମଙ୍ଗଳବାର ଦିନ ୧୯୧ ନୂଆ ମାମଲା
  • ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୨୩ କରୋନା ପଜିଟିଭ କେସ ବାହାରିଲା, ତେର ବର୍ଷୀୟ ପର୍ଯ୍ୟଟକଙ୍କ ଠାରେ ଲକ୍ଷଣ
  • ଗତ ବର୍ଷ ବାଲେଶ୍ୱର ବିଧାନସଭା ଉପନିର୍ବାଚନରେ ଦିଆ ଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୧୫୫ କୋଟି ଟଙ୍କାର ଉନ୍ନୟନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Comment