ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ବଡ଼ ଖବର। ୨୨ ଏପ୍ରିଲ, ୨୦୨୧।

  • ଆସନ୍ତା କାଲିଠାରୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ କହିଲା ପାଣିପାଗ ବିଭାଗ
  • ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ କରୋନା ଟିକା ମାଗଣାରେ ଦେବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଓଡ଼ିଶା ସରକାରଙ୍କ ନିକଟରେ ଦାବି
  • ପିପିଲି ଉପନିର୍ବାଚନ ତାରିଖ ପୁଣି ବଦଳିଲା, ମେ’ ୧୬ରେ ହେବ ଭୋଟ, କଂଗ୍ରେସର ପ୍ରାର୍ଥୀ ଖୋଜା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାବାର୍ତ୍ତା, କହିଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ସବୁ ସାହାଯ୍ୟ ଯୋଗାଇ ଦିଆଯିବ
  • ଝରାଫୁଲ ହତ୍ୟା ଘଟଣାରେ ତୃତୀୟ ଆସାମୀ ଶକ୍ତି ଶେଖର ସ୍ଵାଇଁକୁ ଗିରଫ କଲା ଯାଜପୁର ପୋଲିସ
  • କୋଭିଡ୍ ନିୟମ ଭାଙ୍ଗିଥିବାରୁ ରାଜଧାନୀ ସହିଦ ନଗରର ଦୁଇଟି ରେଷ୍ଟୁରାଣ୍ଟକୁ ଆର୍ଥିକ ଦଣ୍ଡ ବିଧାନ
  • ଜଣେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସିଙ୍କ ବିରୁଦ୍ଧରେ ବୁର୍ଲା ପୋଲିସର ମକଦ୍ଦମା ରୁଜୁ
  • ନନ୍ଦନକାନନରେ ୧୩ ବର୍ଷୀୟା ବାଘୁଣୀ ରେଣୁକାର ମୃତ୍ୟୁ, କିଛି ଦିନ ଧରି ଖାଦ୍ୟ ଖାଉନଥିଲା
  • ବିଏମସି ପକ୍ଷରୁ ଭୁବନେଶ୍ୱରର କୋଭିଡ ଉତ୍ସର୍ଗୀକୃତ ହସ୍ପିଟାଲ ଯଥା ହାଇଟେକ, ବ୍ଲୁ ହୁଇଲ ଓ ସମ୍‌ର ହେଲ୍ପ ଲାଇନ ନମ୍ବର ଜାରି
  • ଓଡ଼ିଶାରେ ସୁନ୍ଦରଗଡ ବର୍ତ୍ତମାନ କରୋନା ହଟସ୍ପଟ ଜିଲ୍ଲା, ଏନଆଇଟି ରାଉରକେଲାରୁ ବାହାରିଲେ ୭୬ ପଜିଟିଭ୍

Comment