ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଗୁରୁତ୍ଵପୂର୍ଣ୍ଣ ଖବର। ଏପ୍ରିଲ ୩୦, ୨୦୨୧।

  • କରୋନା ଦ୍ରୁତ ଗତିରେ ବଢ଼ି ଚାଲିଛି, ୧ ହଜାରରୁ ଅଧିକ ସକ୍ରିୟ କେସ୍ ସହ ରାଜ୍ୟର ୧୭ ଜିଲ୍ଲା ଏବେ ରେଡ୍ ଜୋନରେ
  • ପାଣିପାଗ ବିଭାଗ ପକ୍ଷରୁ ପାଞ୍ଚ ଦିନ ଯାଏଁ ୧୪ ଜିଲ୍ଲାରେ କାଳବୈଶାଖୀ ସତର୍କ, ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି
  • ଗଞ୍ଜାମ ସୋରୋଡ଼ାର ଜଣେ ଲୋକପ୍ରିୟ ଡାକ୍ତର ପିତାମ୍ବର ଖାଡ଼ାଙ୍ଗାଙ୍କ କରୋନାରେ ମୃତ୍ୟୁ, କିଛି ଘଣ୍ଟାର ବ୍ୟବଧାନରେ ପତ୍ନୀ ବି ପ୍ରାଣ ହରାଇଲେ
  • କରୋନା ପଜିଟିଭ ଜାଣିବା ପରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଗୋଡିମରା ଗାଁର ପତି ପତ୍ନୀଙ୍କ ଆତ୍ମହତ୍ୟା
  • ରାଉରକେଲାର ବରିଷ୍ଠ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କର କରୋନା ସଂକ୍ରମଣରେ ମୃତ୍ୟୁ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ
  • ଶୁକ୍ରବାର ଦିନ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୪,ଏ ପର୍ଯ୍ୟନ୍ତ ୨୦୪୩ ଜଣ ଏଥିରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ
  • କରୋନା ବ୍ୟାପୁଥିବା କାରଣରୁ ସୋମବାର ଦିନଠାରୁ ସମଗ୍ର ରାଜ୍ୟରେ କେବଳ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର,ବ୍ୟବସାୟୀ ମହାସଂଘର ଘୋଷଣା
  • ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅଯଥା ହସ୍ପିଟାଲ ବେଡ୍ ଦଖଲ ନକରିବା ପାଇଁ ଅନୁରୋଧ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
  • ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍, ଔଷଧ, ଅକ୍ସିଜେନର ଅଭାବ ନାହିଁ କହିଲେ ଏସିଏସ୍, କୋଭିଡ ନିୟମ ମାନିବାକୁ ଅନୁରୋଧ କଲେ
  • କୋଭିଡ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଶନିବାରଠାରୁ ନନ୍ଦନକାନନ ବନ୍ଦ, ମେ’ ୧୫ରେ ଖୋଲିବା ସମ୍ଭାବନା

Comment