ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ।

କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡରରୁ ଜଣାପଡିବ ଯେ ସେଥିରେ କେତେଥର ଗ୍ୟାସ ରିଫିଲିଂ ହୋଇଛି । ଏହା ଛଡା ଏହି ତଥ୍ୟ ମଧ୍ୟ ରହିବ ଯେ ସିଲିଣ୍ଡରଟି କେଉଁ ଡିଲର ପାଖରୁ କିଭଳି ଭାବେ ଲୋକଙ୍କ ପାଖରେ ପହଞ୍ଚିଛି । ସିଲିଣ୍ଡରରେ ଗ୍ୟାସ କମ ରହିଥିବାର ବାରମ୍ବାର ଅଭିଯୋଗ ପରେ ଚୋରି ଉପରେ ଲଗାମ  ଲଗାଇବାକୁ ଏଭଳି ପଦକ୍ଷେପ ନିଆଯିବ ।

ଏବେ ସମସ୍ତ ଗ୍ୟାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଆଣିବା ପାଇଁ କିଛି ମାସର ସମୟ ଲାଗିବ। ସରକାର ଉଭୟ ଉପଲବ୍ଧ ଥିବା ଏବଂ ନୂତନ ତିଆରି ହେବାକୁ ଥିବା ସିଲିଣ୍ଡରରେ କ୍ୟୁଆର୍ କୋଡ୍  ଲଗାଇବେ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।

ଏହାର ସବୁଠାରୁ ବଡ ଫାଇଦା ସାଧାରଣ ଲୋକକୁ ହେବ । ଯଦି କୌଣସି ଗ୍ୟାସ ବିକ୍ରେତା  ଲୋକଙ୍କ ଘରେ ଗ୍ୟାସ ପହଞ୍ଚାଇବା ପୂର୍ବରୁ ଗ୍ୟାସ ବାହାର କରିଥାଏ ତେବେ ଏହା ମାଧ୍ୟମରେ ଲୋକେ ତାର ଚୋରିକୁ ଧରିପାରିବେ । ପୂର୍ବରୁ ଏହା ସମ୍ଭବପର ହେଉନଥିଲା।

Tags: #QRcode #Gascylinder #Petroleumministry #HardeepsinghPuri #India

Comment