ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ତଳକୁ ଖସିପଡ଼ିଛି। ଏଥିରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଡ୍ରାଇଭରଙ୍କ ନାଁ ମୃତ୍ୟୁଞ୍ଜୟ ଶ୍ରୀବାସ୍ତବ।

ଗୁରୁତର ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟ୍ରକଟି ଜାମସେଦପୁରରୁ ବାରିପଦା ଆସୁଥିବା ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଲୋକଙ୍କ କହିବା କଥା ପୂର୍ବରୁ ସେ ବ୍ରିଜର ୱାଲ ଭିଙ୍ଗିଯାଇଥିଲା। ଫଳରେ ଏମିତି ଏକ ଦୁର୍ଘଟଣା ଘଟଛି।

Comment