ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ହଇରାଣ ହେଉଥିବା ଟ୍ରକ ଚାଳକଙ୍କ ପାଇଁ ଆଶ୍ଵସ୍ତି। ବିଭିନ୍ନ ସ୍ଥାନରେ ଖୋଲିବ ଅନୁମତି ପ୍ରାପ୍ତ ଢାବା ଓ ଗ୍ୟାରେଜ। ବିଭିନ୍ନ ଜିଲ୍ଲାରେ ୧୪୦ ଢାବା ଓ ୨୨୩ ଗ୍ୟାରେଜ ଖୋଲିବା ନେଇ ବ୍ୟବସ୍ଥା ହୋଇଛି। ରାଜପଥ କଡ଼ରେ ଅଟକୁ ଥିବା ଟ୍ରକ ଚାଳକଙ୍କ ପାଇଁ ଏହି ସୁବିଧା କରାଯାଇଛି।

ଲକ୍‌ଡାଉନ୍‌ ସମୟରେ ପରିବହନ ସେବା ଚାଲୁ ରହିବ ବୋଲି କୁହାଯାଇଛି। ହେଲେ ଢାବା ଓ ଗ୍ୟାରେଜ ସବୁ ବନ୍ଦ ଥିବାରୁ ଟ୍ରକ ଚାଳକମାନେ ଅସୁବାଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ମେ’ ୩ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ସେଥି ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ୭୨ ଜଣ ରାଜ୍ୟରେ ସକ୍ରିୟ ରହିଛନ୍ତି।

Comment