ଓଡ଼ିଶାଲାଇଭ୍ ବ୍ୟୁରୋ

୧୮ ଡିସେମ୍ବର ୨୦୨୦ 

  • ଶୁକ୍ରବାର ଦିନ ଓଡ଼ିଶାରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ, ଜଣେ ଭୁବନେଶ୍ୱରର। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି।
  • ପରୀ ହତ୍ୟା ମାମଲାରେ ଏସଆଇଟି ଜରିଆରେ ଓଡ଼ିଶା ସରକାର ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିଜେପିର ଅଭିଯୋଗ।
  • ଘରୋଇ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।
  • କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  • ଚଳିତ ୨୩ରେ ଶ୍ରୀମନ୍ଦିର ଖୋଲିବ,କେବଳ ପୁରୀ ବାସିନ୍ଦା ହିଁ ଠାକୁର ଦର୍ଶନ କରି ପାରିବେ।
  • ମହିଳା କନଷ୍ଟେବଳଙ୍କୁ ଠକିଥିବା ଅଭିଯୋଗରେ ମାଲକାନଗିରିର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅଟକ।
  • କୋଭିଡ ପରିଚାଳନାରେ ଦେଶରେ ଓଡ଼ିଶାର ସ୍ଥାନ ଚତୁର୍ଥ କହିଲା ଷ୍ଟେଟ ବ୍ୟାଙ୍କ ଗବେଷଣା ଶାଖା।
  • ଲଭ ଜିହାଦ – ମାଜିଷ୍ଟ୍ରେଟଙ୍କ ନିକଟରେ ଧର୍ମଶାଳାର ଉଦ୍ଧାର ହୋଇଥିବା ଯୁବତୀଙ୍କ ବୟାନ ରେକର୍ଡ।
  • ବର୍ଷର ପ୍ରଥାମର୍ଦ୍ଧରେ ଓଡ଼ିଶାରେ ଦୁଷ୍କର୍ମ ଘଟଣା ସାଙ୍ଘାତିକ ଭାବେ ବଢ଼ିଥିବା ପୋଲିସ ରେକର୍ଡରୁ ଜଣାପଡିଛି।
  • ‘ମୋ ପରିବାର’ ପକ୍ଷରୁ ଜନୈକ ଗୁରୁତର ଅସୁସ୍ଥ ଦିନ ମଜୁରିଆଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର।

Comment