ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ବଳା ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୋଦି ନମୋ ଆପ୍ ଜରିଆରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୟୂରଭଞ୍ଜର ମହିଳା ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।

ଉଜ୍ଜ୍ବଳା ହିତାଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭୁବନେଶ୍ୱରସ୍ଥିତ ଆଇଓସିଲ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

ମୋଦି କହିଥିଲେ, “୭୦ ବର୍ଷରେ ଯାହା ହୋଇ ନଥିଲା ତାହା ୪ ବର୍ଷରେ ହୋଇଛି। ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୩ ଏଲପିଜି ସଂଯୋଗ ଦିଆଯାଇଥିଲା। କିନ୍ତୁ ୪ ବର୍ଷରେ ୧୦ କୋଟି ଏଲପିଜି କନେକ୍ସନ ଦିଆଯାଇଛି।”

ହିତାଧିକାରୀ ସୁଚିସ୍ମିତା କହିଛନ୍ତି, “ଏଲପିଜି ସଂଯୋଗ ନଥିବା ବେଳେ ରୋଷେଇ କରିବାରେ ସେ ଅସୁବିଧା ଭୋଗୁଥିଲେ। କାଠ ଚୁଲାରେ ରୋଷେଇ କରି ତାଙ୍କର ସମୟ ଯାଉଥିଲା। କିନ୍ତୁ ଏଲପିଜି ସଂଯୋଗ ହେବା ପରେ ତାଙ୍କର ସମୟ ବଳୁଛି।”

ସୁଚିସ୍ମିତା ଆହୁରି କହିଛନ୍ତି ଯେ ବର୍ଷା ଦିନେ ରୋଷେଇ କରିବା ପାଇଁ ମୁଁ ହଇରାଣ ହେଉଥିଲି। କିନ୍ତୁ ଏଲପିଜି ସଂଯୋଗ ହେବା ପରେ ସବୁ ସମସ୍ୟା ସୁଧୁରି ଯାଇଛି।

ଭିଡିଓ କନଫରେନ୍ସିଂ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିଲେ।

ଉଜ୍ଜ୍ବଳା ଯୋଜନାରେ କିଛି ଅସୁବିଧା ହେଲେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଜଣାଇବା ପାଇଁ ମୋଦି ହିତାଧିକାରୀମାନଙ୍କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here