ଓଡ଼ିଶାଲାଇଭ୍ ବ୍ୟୁରୋ

- ୪୮ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ
- ୮ରୁ ୧୧ ଯାଏଁ ବର୍ଷା
- ୪୦ରୁ ୬୦ କିମି ବେଗରେ ବହିବ ପବନ
ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଳଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୮ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖ ଯାଏଁ ବର୍ଷା ଲାଗି ରହିବ।
ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୪୦ରୁ ୬୦ କମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।
ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ ଓଡ଼ିଶାରେ ସକ୍ରିୟ କରିବ। ୧୦ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଥିଲା।
ଲଘୁଚାପ ଆସୁଥିବା ଜଣାପଡ଼ିବା ପରେ ଓଡ଼ିଶାବାସୀ ଆଶ୍ୱସ୍ତ ହୋଇଛନ୍ତି।
















