ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ଧର୍ମେନ୍ଦ୍ର ସିଧାସଳଖ ପ୍ରଶ୍ନ କରିଛନ୍ତି। ଯଦି ଚାବି ହଜିଥାଏ ତାହାଲେ ଏହା ସାଂଘାତିକ ଘଟଣା ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ରତ୍ନଭଣ୍ଡାରର ଚାବି ଦୁଇ ମାସ ହେଲା ହଜିଲାଣି। ହେଲେ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇ ନଥିଲେ।  କଥା କଥାରେ ମୁଖ୍ୟମନ୍ତ୍ରୀ ଆଇନ ତା’ ବାଟରେ ଯିବ ବୋଲି କୁହନ୍ତି। ହେଲେ ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍? ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ମୁହଁ ଖୋଲିବା ଦରକାର।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ଅବ୍ୟବସ୍ଥାକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ କମିଶନ ବସାଇଛନ୍ତି। କମିଶନ ଏହାର ସଠିକ୍ ମାଧ୍ୟମ ନୁହେଁ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିବାଦ ଘନଉଛି। ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ବିରୋଧୀ ଗ୍ରହଣ କରିପାରୁ ନାହାନ୍ତି। ବିଚାର ବିଭାଗୀୟ ତଦନ୍ତ କେବଳ ଲୋଖଦେଖାଣିଆ ବୋଲି କଂଗ୍ରେସ ଏବଂ ବିଜେପି କହିବା ପରେ ଧର୍ମେନ୍ଦ୍ର ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Comment