ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଦଳରୁ ଇସ୍ତଫା ଧମକ ଦେଇଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ।

କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ଧମକ ଦେଇଛନ୍ତି। ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଶଗରିଆ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତାରା ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ତାରାଙ୍କ ବିରୋଧରେ ଯଦି ତୁରନ୍ତ କାର୍ଯ୍ୟନୁଷ୍ଠାନ ନନିଆଯାଏ ତେବେ ସେ ଦଳ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳରୁ ମଧ୍ୟ ଇସ୍ତଫା ଦେବେ”।

ଜାତିଆଣ ଆକ୍ଷେପ ନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀଙ୍କୁ ଜଣାଇଛନ୍ତି। ଯଦି ଖୁବଶିଘ୍ର ତାରାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନକରାଯିବ ତେବେ ସେ ଦଳ ଛାଡ଼ିବେ ବୋଲି ଧମକ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଦଳରେ ଦଳିତଙ୍କୁ ଉପେକ୍ଷା କରାଯାଉଛି।

“ମୁଁ ଶଗରିଆଙ୍କୁ କଥା ଦେହକୁ ନିଏନି। ସେ କେଉଁ ଧର୍ମ ଗ୍ରହଣ କରିବେ ଏବଂ କେଉଁ ଦଳକୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ। ଯଦି ମୁଁ ଦୋଷ କରିଛି ସେ ସମ୍ପର୍କରେ ହାଇକମାଣ୍ଡ୍ ନିଷ୍ପତ୍ତି ନେବେ”, କହିଛନ୍ତି ତାରା ବାହିନୀ ପତି।

 

LEAVE A REPLY

Please enter your comment!
Please enter your name here