ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାର ବେତନଟୀ ଥାନା ଅଧୀନ ଗରୁଡ଼ବସା ଗାଁରେ ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଶନିବାର ସକାଳୁ ୮ବର୍ଷ ଝିଅର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କାଲିଠାରୁ ଝିଅଟି ନିଖୋଜ ଥିଲା। ଉକ୍ତ ଗ୍ରାମର ଜାମିନିକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତି ଝିଅକୁ ଶୁକ୍ରବାର ପ୍ରାୟ ଦିନ ୧୨ଟା ସମୟରେ ରଜ ଦୋଳି ଦେଖାଇବା ପାଇଁ କହି ସାଇକେଲ୍‍ରେ ନେଇଯାଇଥିଲା। କିନ୍ତୁ ତା’ ପରେ ଝିଅ ଆଉ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶନିବାରଦିନ ସକାଳୁ ଜଙ୍ଗଲ ଭିତରେ ତା’ର ମୃତଦେହ ପଡ଼ିଥିବା ଦେଖାଯାଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଜାମିନିକୁ ଗିରଫ କରିଛି। ସାଇଣ୍ଟିଫିକ୍‍ ଟିମ୍‍ ଦ୍ୱାରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment