ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବାରିପଦା ଜିଲା ବେତନଟୀ ଥାନା ଅଧୀନ ଗରୁଡ଼ବସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ୮ବର୍ଷ ଝିଅ ସହ ଦୁଷ୍କର୍ମ କରି ତାକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।

ଶନିବାର ସକାଳେ ଜଙ୍ଗଲରୁ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହାପରେ ମୃତ ନାବାଳିକାକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କାଲିଠାରୁ ଝିଅଟି ନିଖୋଜ ଥିଲା। ଉକ୍ତ ଗ୍ରାମର ଜାମିନିକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତି ଝିଅକୁ ଶୁକ୍ରବାର ପ୍ରାୟ ଦିନ ୧୨ଟା ସମୟରେ ରଜ ଦୋଳି ଦେଖାଇବା ପାଇଁ କହି ସାଇକେଲ୍‍ରେ ନେଇଯାଇଥିଲା। କିନ୍ତୁ ତା’ ପରେ ଝିଅ ଆଉ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶନିବାରଦିନ ସକାଳୁ ଜଙ୍ଗଲ ଭିତରେ ତା’ର ମୃତଦେହ ପଡ଼ିଥିବା ଦେଖାଯାଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଜାମିନିକୁ ଗିରଫ କରିଛି। ସାଇଣ୍ଟିଫିକ୍‍ ଟିମ୍‍ ଦ୍ୱାରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment