ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ଜୁଲାଇ ୧ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ତୃଣମୂଳସ୍ତରରେ ବିଜେପିର ସାଙ୍ଗଠନିକ ସ୍ଥିତି ପରଖିବା ଓ ଦଳୀୟ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
୨୦୧୭ ସେପ୍ଟେମ୍ବରରେ ଅମିତ ଶାହ ଆସିଥିଲେ ଓଡ଼ିଶା। ତିନି ଦିନିଆ କାର୍ଯ୍ୟକ୍ରମରେ ସେ ଭୁବନେଶ୍ୱର ଆସିଥିଲେ। ୨୦୧୯ ନିର୍ବାଚନରେ ୧୨୦ ପ୍ଲସ୍ ଆସନ ପାଇବା ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ।
ଏହି କାମ କେତେଦୂର ଆଗେଇଛି ତାର ସମୀକ୍ଷା କରିବା ପାଇଁ ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ଶାହ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୁଲାଇ ଶେଷ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ସୂଚୀ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ମୋଦି ପୁଣି ଓଡ଼ିଶା ଆସିବେ ବୋଲି ରାଜ୍ୟ ବିଜେପି ନେତାମାନେ ଆଲୋଚନା କରୁଛନ୍ତି।
ମୋଦି ଯଦି ଜୁଲାଇ ଶେଷ ସପ୍ତାହରେ ନଆସନ୍ତି ତାହାଲେ ସେ ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବା ନିଶ୍ଚିନ୍ତ ବୋଲି କୁହାଯାଉଛି।


















