ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଓ କାଶ୍ମୀରରେ ପିଡିପିଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛି ବିଜେପି।
ଅଲଗା ହେଲେ ବିଜେପି-ପିଡିପି ମେଣ୍ଟ। ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ଵରେ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିଲ୍ଲୀରେ ବସିଥିବା ବୈଠକ ପରେ ପିଡିପିଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛି ବିଜେପି।
ବିଜେପି ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ସଂଖ୍ୟାଗରିଷ୍ଠତା ହରାଇ ବସିଥିଲା ପିଡିପି। ଫଳରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମେହବୁବା ମୁଫତି।
ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ଏକ ଚିଠି ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳଙ୍କୁ ଦେଇଛି ବିଜେପି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଚିଠିରେ କୁହାଯାଇଛି।
ମଙ୍ଗଳବାରଦିନ ଅମିତ ଶାହ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟିବା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ଜାମ୍ମୁ ଓ କାଶ୍ମୀର ରାଜ୍ୟର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ।
“ତିନିବର୍ଷ ପୂର୍ବରୁ ଯେଉଁ ସର୍ତ୍ତରେ ପିଡିପି ସହ ବିଜେପି ମେଣ୍ଟ କରିଥିଲା ସେହି ସର୍ତ୍ତ ପୂରଣ ହୋଇପାରିନାହିଁ। ଗତ କିଛିଦିନ ହେବ ଜାମ୍ମୁ ଓ କାଶ୍ମୀର ସୀମାନ୍ତରେ ଆତଙ୍କବାଦୀମାନଙ୍କ ପ୍ରଭାବ ବଢ଼ିଛି। କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ହତ୍ୟା ପରେ ପ୍ରେସ୍ ଅଫ୍ ଫ୍ରିଡମ୍ ଉପରେ ବିପଦ ଆସିଛି। ଏଥିପାଇଁ ବିଜେପି ପିଡିପି ସହ ଆଉ ରହିବା ସମ୍ଭବ ନୁହେଁ”, କହିଛନ୍ତି ବିଜେପି ନେତା ରାଧା ମାଧବ।


















