ଓଡ଼ିଶାଲାଇଭ୍‌ ବ୍ୟୁରୋ

“ନରେନ୍ଦ୍ର ମୋଦି ମୋ ସ୍ଵାମୀ, ସେ ମୋ ପାଇଁ ଭଗବାନ ରାମଙ୍କ ସଦୃଶ ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ପଟେଲ୍ନରେନ୍ଦ୍ର ମୋଦିଙ୍କୁ ଅବିବାହିତ କହିବା ପରେ ଏପରି କହିଛନ୍ତି ମୋଦିଙ୍କ ପତ୍ନୀ ଯଶୋଦାବେନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ନୀ ଯଶୋଦାବେନଙ୍କ କ୍ଷୋଭ। ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍ ପଟେଲ ଏକ କାର୍ଯ୍ୟକ୍ରମରେ କହିଥିଲେ କି ନରେନ୍ଦ୍ର ଭାଇ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ବିବାହ କରିନାହାନ୍ତି। ଏହାର ଜବାବରେ ଯଶୋଦାବେନ୍‌ କହିଛନ୍ତି, “ନରେନ୍ଦ୍ର ମୋଦି ମୋ ସ୍ଵାମୀ, ସେ ମୋ ପାଇଁ ଭଗବାନ ରାମଙ୍କ ସଦୃଶ”।

୨୦୧୪ ମସିହାରେ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିବାହିତ ବୋଲି ଦର୍ଶାଇଥିଲେ। ମଧ୍ୟପ୍ରଦେଶର ରାଜ୍ୟପାଳ ମୋଦିଙ୍କୁ ଅବିବାହିତ ବୋଲି ଦେଇଥିବା ପ୍ରତିକ୍ରିୟାକୁ ନେଇ ଯଶୋଦାବେନ୍‌ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଏହା ଅଶୋଭନୀୟ ଏବଂ ଏଭଳି ମନ୍ତବ୍ୟ ମୋଦିଙ୍କ ଗାରିମା ନଷ୍ଟ କରୁଛି ବୋଲି ସେ କହିଛନ୍ତି।

ଯଶୋଦାବେନ୍‌ ଏବେ ନିଜ ଭାଇଙ୍କ ସହ ଗୁଜୁରାଟର ଉନ୍‌ଝାରେ ରହୁଛନ୍ତି। ଭାଇଙ୍କ ମୋବାଇଲରେ ଏକ ଭିଡିଓ ପ୍ରସ୍ତୁତ କରି ଆନନ୍ଦୀବେନଙ୍କ ମନ୍ତବ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି।

Comment