ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରପଡା ଜିଲ୍ଲାରେ ଡଙ୍ଗାରେ ଯାଉଥିବାବେଳେ ବଜ୍ରାଘାତରେ ମା ଓ ଝିଅର ମୃତ୍ୟୁ ଘଟିଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ଅଘଟଣ। ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ହେବା ଫଳରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରପଡାରେ ଡଙ୍ଗାରେ ଯାଉଥିବା ବେଳେ ବଜ୍ରାଘାତରେ ମା ଓ ଝିଅର ମୃତ୍ୟୁ ଘଟିଛି। ନଦୀକୁ ମାଛ ଧରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଉକ୍ତ ଡଙ୍ଗାରେ ନାତି ଓ ଅନ୍ୟ ସମ୍ପକୀୟମାନେ ଉପସ୍ଥିତ ଥିବା ବେଳେ ସେମାନେ ଆହତ ହୋଇଛନ୍ତି।
ମତ୍ସ୍ୟଜୀବୀ ମାଛ ଧରିବାକୁ ଏକ ହୁଲି ଡଙ୍ଗା ନେଇ ସମୁଦ୍ରକୁ ଯାଇଥିଲେ। ହଠାତ ବଜ୍ରପାତ ହେବାରୁ ଏଭଳି ଅଘଟଣ ଘଟିଛି।
ସେହିପରି ପୁରୀ ଜିଲା କାକଟପୁର ବ୍ଳକ ବିଭୂତି ଗାଁରେ ବଜ୍ରାଘାତରେ ବାପା, ମା ଓ ଝିଅ ୩ ଜଣ ଆହତ ହାଇଛନ୍ତି। ସେମାନେ କାକଟପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ବଜ୍ରାଘାତରେ ଝିଅ ମୁହଁ ସାମାନ୍ୟ ଜଳି ଯାଇଥିବା ଜଣାପଡ଼ିଛି।

















