ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ୪୩ବର୍ଷ ପୂର୍ତ୍ତି ଅବସରରେ ମୁମ୍ବାଇରେ ଅନୁଷ୍ଠିତ ‘ଡେଜ୍ ଅଫ ଏମରଜେନ୍ସି’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଗାନ୍ଧି ପରିବାର ଉପରେ ହମଲା କରିଛନ୍ତି ମୋଦି।
ଜାଣନ୍ତୁ ଜରୁରୀ ପରିସ୍ଥିତିକୁ ନେଇ କ’ଣ କହିଲେ ମୋଦି…
- ଜରୁରୀ ପରିସ୍ଥିତି ଜାରି କରି କଂଗ୍ରେସ ପାପ କରିଥିଲା। କଂଗ୍ରେସ ଜାଣିଶୁଣି ଏହି ପାପ କରିଥିଲା। କଂଗ୍ରେସ ମାନସିକତାରେ ଆଜି ଯାଏଁ ବି ପରିବର୍ତ୍ତନ ଆସିନାହିଁ।
- ଆଜିର ଦିବସକୁ କଳାଦିବସର ପାଳନ କରିବାର କାରଣ ହେଉଛି ଜନତାଙ୍କୁ ଜାଗ୍ରତ କରାଯାଇବା। କଂଗ୍ରେସର ଅସଲ ଚେହେରାକୁ ଆଜିର ଯୁବପିଢ଼ି ଚିହ୍ନି ରଖିବା ଦରକାର ବୋଲି କହିଛନ୍ତି।
- ଗାନ୍ଧୀ ପରିବାରର ଫାଇଦା ପାଇଁ ପରିସ୍ଥିତି ଜାରି କରାଯାଇଥିଲା
- ସ୍ୱାର୍ଥ ସାଧନ ଲାଗି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। କଂଗ୍ରେସର କ୍ଷମତାରେ ରହିବାର ଲାଳସା ଏଭଳି ଥିଲା ଯେ ଗଣତନ୍ତ୍ରକୁ ବଳି ପକାଇ ଦିଆଯାଇଥିଲା।
- ଦେଶର ସମ୍ମାନାସ୍ପଦ ରାଜନେତାଙ୍କୁ ଜେଲର ଚାରିକାନ୍ଥ ଭିତରକୁ ଠେଲି ଦିଆଯାଇଥିଲା। ଏସବୁ କେବଳ ଗୋଟିଏ ପରିବାରର ସ୍ୱାର୍ଥ ସାଧନ ଲାଗି କରାଯାଇଥିଲା।
- କ୍ଷମତା ମୋହରେ କଂଗ୍ରେସ ଦେଶକୁ ଜେଲଖାନାରେ ପରିଣତ କରି ଦେଇଥିଲା। ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୂରୁପଯୋଗ କରାଯାଇଥିଲା।
- ଏବେ ମଧ୍ୟ କଂଗ୍ରେସର ଏମରଜେନ୍ସି ମାନସିକତା ଯାଇନାହିଁ। ୪୦୦ରୁ ୪୪ଟି ଆସନ ଯାଏଁ ଆସିବା ପରେ ଚେତା ପସୁନି। ମହାଭିଯୋଗ ଆଣି ନ୍ୟାୟପାଳିକାକୁ ଭୟଭୀତ କରିବାକୁ କଂଗ୍ରେସ ଉଦ୍ୟମ କରୁଛି।
- ଜରୁରୀକାଳିନ ପରିସ୍ଥିତିରେ ନ୍ୟାୟାପାଳିକାକୁ ମଧ୍ୟ ସାଲିସ୍ଜନକ ସ୍ଥିତିକୁ ଠେଲି ଦିଆଯାଇଥିଲା। ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମଧ୍ୟ ଆଗତ କରାଯାଇଥିଲା। ଯିଏ ଏହା ବିରୋଧରେ ସ୍ୱର ଉଠାଉ ଥିଲା ତାକୁ ଜେଲ୍ରେ ଭର୍ତ୍ତି କରିଦିଆଯାଉଥିଲା।
- ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଗୋଟିଏ ପାର୍ଟିର କବ୍ଜା ଥିଲା।
- ଯେତେବେଳେ ଏହି ଦଳ ନିଜର ସ୍ଥିତି ନେଇ ସନ୍ଦିହାନ ହୁଏ, ସେତେବେଳେ ଚିତ୍କାର କରେ କି ଦେଶ ସଂକଟ ଭିତରକୁ ଠେଲି ହୋଇଯାଉଛି। ଦେଶରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ସେ ଦଳ କିଭଳି ଦେଶରୁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବ ବୋଲି ମୋଦି ପ୍ରଶ୍ନ ଉଠାଇଛନ୍ତି।
୧୯୭୫ ମସିହା ଜୁନ ୨୬ ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଥିଲେ। ଏହା ବିରୋଧରେ ମଙ୍ଗଳବାରଦିନ ବିଜେପି ପୁରା ଦେଶରେ କଳା ଦିବସ ପାଳନ କରିଛି। ଏନେଇ କେନ୍ଦ୍ର ବିଜେପି ନେତାମାନେ ପୂରା ଦେଶରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି।
୧୯୭୫ରେ ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିଲା।


















