ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଜୁଲାଇ ୨ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ହାରି ଗୁହାରି ଶୁଣିବେ।

ସେହିପରି ଜୁଲାଇ ୨ରୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲିବ। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ଅଭିଯୋଗ ଶୁଣାଣି କରିବେ।

ଏପ୍ରିଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ହୋଇଯାଇଥିଲା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଥିଲା। ଖରା କମି ଥିବାରୁ ଜୁଲାଇ ୨ରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ।

ମୁଖ୍ୟମନ୍ତ୍ରୀ ଏବେ ଲୋକଙ୍କ ନିକଟତର ହେଉଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ତୃଣମୂଳ ସ୍ତରର ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି।

Comment