ଓଡ଼ିଶାଲାଇଭ୍ ବ୍ୟୁରୋ
୧. ଦିଲ୍ଲୀ ମେଟ୍ରୋ କର୍ମଚାରୀଙ୍କ ଧର୍ମଘଟ ଡାକରା ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ।
୨. କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଲେ ସୁଇସ ବ୍ୟାଙ୍କରେ ଜମା ହୋଇଥିବା ସବୁ ଟଙ୍କା କଳାଧନ ନୁହେଁ।
୩. କାଶ୍ମୀର ପୁଲବାମାରେ ତିନିଜଣ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ସେନାର ଯବାନ।
୪. ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ସମଗ୍ର ଦେଶରେ ମୌସୁମୀ ପହଁଚିଲା।
୫. କିଙ୍ଗଫିସରର ମାଲିକ ଥିବା ବିଜୟ ମାଲ୍ୟା ଯେତେ କରଜ କରିଛନ୍ତି ତାର ଏଗାର ଗୁଣା ଖର୍ଚ୍ଚ କରନ୍ତି।
୬. କର୍ଣ୍ଣାଟକ ରାଜନୀତି: କଂଗ୍ରେସକୁ ଦେବେଗୌଡା କହିଲେ ‘ଆମକୁ ଏତେ ବି ହାଲକା ନିଅନା।’
୭. ବାଣିଜ୍ୟ କାରବାରକୁ ନେଇ ଆମେରିକା ସହିତ ସମ୍ପର୍କ ଖରାପ ହେବା ପରେ ଚୀନ ଏବେ ଭାରତର ନିକଟବର୍ତ୍ତୀ।
୮. ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବିରେ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇବେ ୧୦ ଲକ୍ଷ ପରିବାରର ଚିଠି।
୯. ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେଟା କା ଉଲଟା ଚଷମା’ ପୂର୍ଣ୍ଣ କଲା ରେକର୍ଡ ୨୫୦୦ ଏପିସୋଡ।
୧୦. ବିନା ଟିକେଟରେ ରେଳ ଯାତ୍ରା କଲେ ଏଣିକି ଯାତ୍ରୀଙ୍କୁ ତିନି ଗୁଣ ଜରିମାନା ଦେବାକୁ ହେବ।

















