ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନ ସମେତ ୧୪ଟି ଶସ୍ୟର ଏମ୍‌ଏସ୍‌ପି କେନ୍ଦ୍ର ସରକାର ବୃଦ୍ଧି କରିବା ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଆଉ ପାଦେ ଆଗକୁ ବଢ଼ିଛନ୍ତି। କୃଷିର ବଜାରକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ। ଏହାସହ ରାଜ୍ୟର ୬୬ଟି ଆର୍‌ଏମସିକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡ଼ିବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଚିଠି ଲେଖିଛନ୍ତି।

ଧର୍ମେନ୍ଦ୍ର ଦର୍ଶାଇଛନ୍ତି ଯେ ଅଧିକାଂଶର ଆର୍‌ଏମ୍‌ସିରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି। ଏହାକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡ଼ିଲେ ଚାଷୀମାନେ ଉପକୃତ ହେବେ। ଆର୍‌ଏମ୍‌ସି ମଧ୍ୟ ଲାଭବାନ ହୋଇପାରିବ। ଆର୍‌ଏମ୍‌ସି ସହ ଚାଷୀ ଯୋଡ଼ି ହୋଇ ରହିବେ।

ଧର୍ମେ ନ୍ଦ୍ର ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ କୃଷି ଉତ୍ପାଦନର ବିପଣନ ଓ ପ୍ରକ୍ରିୟାକରଣରେ ଓଡ଼ିଶାର ଚାଷୀମାନେ ପଛରେ ରହିଛନ୍ତି। ଏଣୁ କୃଷି ଓ କୃଷି ସମ୍ପର୍କୀତ ସଙ୍ଗଠନକୁ ପ୍ରୋତ୍ସାହିତ କରିବା ପାଇଁ ଇ-ନାମ ସହ ଯୋଡ଼ିବାକୁ ପଡ଼ିବ। ବର୍ତ୍ତମାନ ରାଜ୍ୟର ୧୦ଟି ମଣ୍ଡି ଇ-ନାମ ସହ ଯୋଡ଼ି ହୋଇ ରହିଛନ୍ତି।

Comment