ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୟାଗଡ ଜିଲ୍ଲାର ତିନି ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି। ସେମାନେ ହେଲେ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ପ୍ରଦୀପ ଜେନା ଓ ସ୍ନେହରଞ୍ଜନ ଦାସ ଜୟସିଂହ। ଏମାନଙ୍କୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି।
ସେହିପରି କେନ୍ଦୁଝର ଜିଲ୍ଲାର ଅଖିଳ କୁମାର ପାତ୍ରଙ୍କ ଉପରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ବୋଲି ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।
କିଛିଦିନ ତଳେ ନୟାଗଡ଼ରେ ବିଜେପିର ଗୋଟଏ ଗୋଷ୍ଠୀ ବୁଦ୍ଧିଜୀବୀ ସମ୍ମିଳନୀ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଦୁଇ ଗୋଷ୍ଠୀର କର୍ମୀ ହାତାହାତି ହୋଇଥିଲେ। ଏଥିରେ ଜଣେ କର୍ମୀ ଆହତ ହୋଇଥିଲେ। ଏନେଇ ରାଜ୍ୟ ବିଜେପି ପକ୍ଷରୁ ତଦନ୍ତ କରାଯାଇଥିଲା।


















