ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଣାୟତ୍ତ କଲାଣି ପିଆଜ ଦର। ଦର ବଢ଼ି ବଢ଼ି ୨୨ ଟଙ୍କାରେ ପହଞ୍ଚିଲାଣି। ବ୍ୟବସାୟୀମାନେ ଅଧିକାଂଶ ସ୍ଥାନରେ ମନଇଚ୍ଛା ପିଆଜ ଦର କଷୁଛନ୍ତି। ଫଳରେ ଖାଉଟି ପିଆଜ କିଣିବାକୁ ଗଲେ ଦର ଶୁଣି ଫେରି ଆସୁଛି।

ରାଜ୍ୟରେ ପିଆଜ ଦର ବେଲଗାମ୍ ହୋଇଯାଇଛି। କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଣ୍ଟ୍ରୋଲ ବୋର୍ଡ ନିୟମ ଅନୁସାରେ କଳାବଜାରୀ କରୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଯେଉଁ ହୋଲସେଲର ଅଧିକ ପରିମାଣର ପିଆଜ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି।

ବର୍ତ୍ତମାନ କେବଳ ନାସିକରେ ପିଆଜ ମିଳୁଛି। ନାସିକ ମଣ୍ଡିରେ କିଲୋ ୧୨ରୁ ୧୪ ଟଙ୍କା ରହିଥିବାରୁ ଟ୍ରାନ୍ସପୋର୍ଟ ମୂଲ୍ୟ ପାଇଁ ଓଡ଼ିଶାରେ ଦର ଉଚ୍ଚା ରହିଛି। ହୋଲସେଲର ଏବଂ ଖୁଚୁରା ବେପାରୀମାନେ ମନଇଚ୍ଛା ରେଟ୍ ବଢ଼ାଉଛନ୍ତି।

LEAVE A REPLY

Please enter your comment!
Please enter your name here