ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ଏବଂ ରାଜ୍ୟସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ।

ବୁଧବାରଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନୂଆଦିଲ୍ଲୀରେ ବସିଛି ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ଦଳର ପ୍ରତିନିଧି ସାମିଲ ହୋଇଛନ୍ତି। ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଉପସ୍ଥିତ ଅଛନ୍ତି।

ଅଗଷ୍ଟ ୧୦ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ଲୋକସଭାରେ ପଡ଼ି ରହିଥିବା ୬୮ଟି ଏବଂ ରାଜ୍ୟସଭାରେ ପଡ଼ି ରହିଥିବା ୪୦ଟି ବିଲ୍‌କୁ ଚଳିତ ଅଧିବେଶନରେ ପାସ୍ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଚଳିତ ଅଧିବେଶନରେ ୧୮ଟି କାର୍ଯ୍ୟଦିବସ ରହୁଥିବାରୁ ଏହି ଅଧିବେଶନକୁ ଗୁରୁତ୍ୱ ମନେକରାଯାଉଛି।

ସର୍ବଦଳୀୟ ବୈଠକରେ କଂଗ୍ରେସ, ଏନ୍‌ସିପି, ତୃଣମୂଳ କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି, ଆର୍‌ଜେଡି, ଡିଏମ୍‌କେ, ସିପିଏମ୍, ସିପିଆଇ, ଜେଡିଏସ୍, ଆର୍‌ଏସ୍‌ପି, ବିଜେଡି ପ୍ରମୁଖ ଯୋଗ ଦେଇଛନ୍ତି।

ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ସାଂସଦମାନଙ୍କୁ ଏକ ବୈଠକ ବସିଥିଲା। ମୌସୁମୀ ଅଧିବେଶନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ଏହି ଅଧିବେଶନରେ କୃଷି, ଏମ୍‌ଏସ୍‌ପି, ଦଳିତଙ୍କ ଉପରେ ଆକ୍ରମଣ, ବେକାରୀ ସମସ୍ୟା ଉଠାଇବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି।

Comment