ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ପାକୁଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ପଛରେ ବିଜେପି ଯୁବମୋର୍ଚ୍ଚାର ହାତ ରହିଥିବା କୁହାଯାଉଛି। ସ୍ୱାମୀ ଅଗ୍ନିବେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ କଳାପତାକା ଦେଖାଇବା ସହ ଗୋ-ବ୍ୟାକ୍ କହି ନାରାବାଜି କରିଥିଲେ।

ଯୁବମୋର୍ଚ୍ଚାର ସଦସ୍ୟମାନେ ଅଗ୍ନିବେଶଙ୍କୁ ଠେଲାପେଲା କରିବା ସହ ବିଧା, ଲାତ ମାରିଥିବା ଅଭିଯୋଗ ହୋଇଛି। ହେଲେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଯୁବ ମୋର୍ଚ୍ଚା ସଦସ୍ୟଙ୍କର ଏଥିରେ ହାତ ନଥିବା ବିଜେପି ପକ୍ଷରୁ କୁହାଯାଇଛି।

ପାକୁଡ଼ା ଲିଟିପଡ଼ାରେ ଆଦିମ ଜନଜାତି ବିକାଶ ସମିତିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ ଅଗ୍ନିବେଶ। ଏହା ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅଗ୍ନିବେଶ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗ କରିଛନ୍ତି ଆକ୍ରମଣକାରୀ। ମିଶନାରୀଙ୍କ ଇସାରାରେ ସେ କାମ କରୁଥିବା ବେଳେ ଆଦିବାସୀଙ୍କୁ ଉତ୍ତେଜିତ କରାଉଥିବା ଆକ୍ରମଣକାରୀ ଅଭିଯୋଗ କରିଛନ୍ତି।

ଆକ୍ରମଣ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ। ଝାଡ଼ଖଣ୍ଡ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here