ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦନ ମିତ୍ର ଇସ୍ତଫା ଦେଇଥିବାରୁ ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା।

ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନିଙ୍କ ସହଯୋଗୀ ଭାବେ ଚନ୍ଦନ ମିତ୍ର ଜଣାଶୁଣା। କିନ୍ତୁ ମୋଦି-ଶାହଙ୍କ ଶାସନ କାଳରେ ସେ ଅଲୋଡ଼ା ହୋଇଯାଇଥିବାରୁ ବିଜେପି ଛାଡ଼ିଥିବା ଚର୍ଚ୍ଚା ହେଉଛି।

୨୦୦୩ ଏବଂ ୨୦୦୬ରେ ଦୁଇଥର ଚନ୍ଦନ ମିତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ। ଏହାସହ ଶ୍ରୀ ମିତ୍ର ଓଡ଼ିଶା ବିଜେପିର ପ୍ରଭାରୀ ମଧ୍ୟ ରହିଥିଲେ।

ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରି ଆସୁଛନ୍ତି ମୋଦି ଏବଂ ଅମିତ ଶାହ। ବିଜେପି ଏବଂ ତୃଣମୂଳ କଂଗ୍ରେସ ଭିତରେ ସବୁବେଳେ ଛକାପଞ୍ଝା ଲାଗି ରହୁଛି। ଏଭଳିସ୍ଥଳେ ଚନ୍ଦନ ମିତ୍ର ଇସ୍ତଫା ଦେଇଥିବାରୁ ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି।

LEAVE A REPLY

Please enter your comment!
Please enter your name here