ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ନିଆରା ରୂପରେ ଦେଖିବାକୁ ମିଳିଥିଲା ଲୋକସଭାରେ। ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ରାହୁଲ୍ ଭାଗ ନେଇଥିଲେ। ମୋଦି ସରକାରଙ୍କ ଉପରେ ମନଭରି ବର୍ଷିବା ପରେ ମୋଦିଙ୍କୁ ଆଲିଙ୍ଗନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ।

ରାହୁଲ୍ ଗାନ୍ଧି ମୋଦିଙ୍କୁ ଆଲିଙ୍ଗନ କରିବାର ଦୃଶ୍ୟକୁ ନେଇ ଲୋକସଭାରେ ହାସ୍ୟରୋଳ ସୃଷ୍ଟି ହେବା ସହ ବିଭିନ୍ନ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିଥିଲେ। କିନ୍ତୁ ଆଲିଙ୍ଗନ ପରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋଦିଙ୍କୁ ଆଲିଙ୍ଗନ କରି ରାହୁଲ୍ ନିଜ ଆସନରେ ବସିବା ପରେ କଂଗ୍ରେସର ଅନ୍ୟ ସାଂସଦମାନଙ୍କୁ ଆଖିମିଟିକା ମାରି ସ୍ମିତହାସ୍ୟ ଦେଇଥିଲେ।

ରାହୁଲଙ୍କ ଆଖିମିଟିକା ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିଲା। ଏହି ଦୃଶ୍ୟକୁ ନେଇ ଖବର ପ୍ରସାରଣ କରାଯିବା ପରେ ସୋସିଆଲ ମିଡିଆରେ କିଛି ଲୋକ ପୋଷ୍ଟ କରିଛନ୍ତି।

ଆଖି ମାରିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ରାହୁଲଙ୍କ ଆଖି ମାରିବା ଦୃଶ୍ୟକୁ କିଛି ଲୋକ ତାମିଲ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖି ମାରିବା ଫଟୋ ସହ ତୁଳନା କରିଛନ୍ତି। କିଛି ଲୋକ ଏହାକୁ ରାହୁଲଙ୍କ ପିଲାଳିଆମି ବୋଲି କହିଛନ୍ତି।

Comment