ଓଡ଼ିଶାଲାଇଭ୍‌ ବ୍ୟୁରୋ

କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ପୁଣି ଥରେ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ କ୍ରିକେଟ ପଡ଼ିଆରେ ନୁହେଁ ଏବେ ଗଲ୍ଫରେ ଜଲୱା ଦେଖାଇବେ ଏହି ପୂର୍ବତନ କ୍ରିକେଟର।

କ୍ରିକେଟରେ ପଡ଼ିଆରେ ଦର୍ଶକଙ୍କ ମନୋରଞ୍ଜନ କରିସାରିଥିବା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ଗଲ୍ଫରେ ବି କମାଲ କରିବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟରୁ କପିଳ ଦେବ ୨୪ ବର୍ଷ ତଳେ ଅବସର ନେଇ ସାରିଛନ୍ତି।

୫୯ ବର୍ଷ ବୟସରେ ଜାପାନରେ ହେବାକୁ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଭାରତୀ ଦଳ ପକ୍ଷରୁ ମ୍ୟାଚ ଖେଳିବେ କପିଲ ଦେବ।

ଅଲ୍‌ରା    ଉଣ୍ଡର କପିଳ ଦେବଙ୍କୁ ଜାତୀୟ ଗଲ୍ଫ ଟିମ୍‌ରେ ଖେଳିବାର ସୁଯୋଗ ମିଳିଛି। ଭାରତୀୟ ଟିମ୍‌ ଜାପାନରେ ଅନୁଷ୍ଠିତ ହେବାକୁ ୨୦୧୮ ଏସିଆ ପେସିଫିକ୍‌ ସିନିୟର ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି। ଚଳିତ ମାସର ଆରମ୍ଭରୁ ନୋଏଡାର ଜେପି ଗ୍ରୀନ ଗଲ୍ଫ କୋର୍ସରେ ଅନୁଷ୍ଠିତ ଅଖିଳ ଭାରତୀୟ ବରିଷ୍ଠ ଟୁର୍ଣ୍ଣାମେଣ୍ଟରେ କପିଳ ଦେବଙ୍କୁ ଚୟନ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ୧୭ରୁ ୧୯ ପର୍ଯ୍ୟନ୍ତ ଜାପାନର ମିଆଜାକିସ୍ଥିତ ଟମ୍‌ ଓ୍ଵାଟ୍‌ସନ୍‌ ଗଲ୍ଫ କ୍ଲବରେ ଖେଳାଯିବ। ଏସିଆ ପେସିଫିକ୍‌ ସିନିଅର ପ୍ରତିଯୋଗିତାରେ ୫୫ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ସୁଯୋଗ ମିଳିଥାଏ। କପିଳ ଦେବ ୨୦୧୫ରେ ଚୀନରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

କ୍ରିକେଟ୍‌ରୁ ଅବସର ନେବା ପରେ କପିଳ ଦେବ ଅନ୍ୟ କୌଣସି ଖେଳ ପ୍ରତି ଆଗ୍ରହ ଦେଖାଇ ନାହାନ୍ତି। ମାତ୍ର ଗଲ୍ଫ ପ୍ରତି ସେ ଆକର୍ଷିତ ହୋଇଛନ୍ତି। କପିଳ କହିଛନ୍ତି, “ମୋର ଜଣେ ବନ୍ଧୁ ଗଲ୍ଫ ଖେଳିବାକୁ କହିଥିଲେ। ମାତ୍ର କ୍ରିକେଟ ବ୍ୟତୀତ ଅନ୍ୟ କୌଣସି ଖେଳ ଖେଳିବା ଆସେ ନାହିଁ। ଗଲ୍ଫ ଏକ ମାଇଣ୍ଡ ଗେମ୍‌, ଯେଉଁଥିରେ କି ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ। ଏହି ଖେଳ ଖେଳିବା ସମୟରେ ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ।”

କପିଳ ଦେବ ଭାରତ ପାଇଁ ୧୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୪୩୪ଟି ଟେଷ୍ଟ ଓ୍ଵିକେଟ ନେଇଛନ୍ତି। ସେହିଭଳି ୨୨୫ଟି ମ୍ୟାଚ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସେ ୨୫୩ଟି ଓ୍ଵିକେଟ ନେଇଛନ୍ତି।

କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚରେ ଭାରତ ୪୩ ରନ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମଥର ପାଇଁ ଆଇସିସି ବିଶ୍ୱକପ୍‌ ହାତେଇଥିଲା।

Comment