ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ। ଇମ୍ରାନ ନିଜର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତର ତିନି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, କପିଳ ଦେବ ଓ ନବଜୋତ ସିଂହ ସିଧୁ ଓ ବଲିଉଡ ତାରକା ଅମୀର ଖାନ୍‍ଙ୍କୁ ଆମନ୍ତ୍ରଣ କରିଛନ୍ତି।

ପାକିସ୍ତାନରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପିଟିଆଇ (ପାକିସ୍ତାନ ତେହେରିକ୍‍-ଇ-ଇନ୍‍ସାଫ୍‍) ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ଉଭା ହୋଇଛି।

ଇମ୍ରାନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ। ଇମ୍ରାନ ନିଜର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତର ତିନି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, କପିଳ ଦେବ ଓ ନବଜୋତ ସିଂହ ସିଧୁଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ତିନି ଭାରତୀୟ କ୍ରିକେଟରଙ୍କ ବ୍ୟତୀତ ବଲିଉଡ ତାରକା ଅମୀର ଖାନ୍‍ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି।

ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡରଭାବେ ପରିଚିତ ଇମ୍ରାନ ୧୯୯୨ରେ ପାକିସ୍ତାନର ନେତୃତ୍ୱ ନେଇ ଦଳକୁ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ କରାଇଥିଲେ।

ସିଧୁ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ ବୋଲି ଘୋଷଣା କରିଥିବାବେଳେ ଅନ୍ୟମାନଙ୍କ ଠାରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

Comment