ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍ ସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳ ବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ, ପୁରୀ, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ପୁରୀ ଜିଲ୍ଲାପାଳ ଭାବେ ଜ୍ୟୋତି ପ୍ରକାଶ ଦାସ, ବୌଦ୍ଧ ଜିଲ୍ଲାପାଳ ଭାବେ ସୀତାଂଶୁ କୁମାର ରାଉତ, ଗଞ୍ଜାମ ଜିଲ୍ଲାପାଳ ଭାବେ କୁଲଙ୍ଗା ବିଜୟ ଅମୃତ, କଳାହାଣ୍ଡି ଜିଲ୍ଲାପାଳ ଭାବେ ଡକ୍ଟର ଗାଭିଲ ପରାଗ ହର୍ଷଦ, ଦେବଗଡ଼ ଜିଲ୍ଲାପାଳ ଭାବେ ସୁଧାଂଶୁ ମୋହନ ସାମଲ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାଶରଥୀ ଶତପଥୀଙ୍କୁ ବଦଳି କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜି. ରେଘୁଙ୍କୁ ଜଳସମ୍ପଦ ବିଭାଗର ଉପ-ସଚିବ ଭାବେ ନିଯୁକ୍ତ କରାଯାଇଛି।

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱାଲେଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ପାଟିଲ ରାଜେଶ ପ୍ରଭାକରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ଡି ଭି ସ୍ୱାମୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ, ଏସ୍‌ ଏନ୍‌ ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ, ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ସମ୍ବଲପୁର ଆର୍‌ଡିସି ଓ ଅତିରିକ୍ତ ଦାୟିତ୍ୱ ଭାବେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ନିଯୁକ୍ତ କରାଯାଇଛି।

ଶ୍ରୀକାନ୍ତ ପୃଷ୍ଟିଙ୍କୁ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ସଚିବ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ଅତିରିକ୍ତ ଭାବେ ପଶୁପାଳନ ଓ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ଏମ୍ ମୁଥୁକୁମାରଙ୍କୁ କୃଷି ନିର୍ଦ୍ଦେଶକ ଏବଂ ଅତିରିକ୍ତ ଦାୟିତ୍ୱ ଭାବେ ଉଦ୍ୟାନ କୃଷିର ନିର୍ଦ୍ଦେଶକ କରାଯାଇଛି। ବିଜୟ କେତନ ଉପାଧ୍ୟାୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ, ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here