ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳର ପ୍ରଳୟଙ୍କାରୀ ବନ୍ୟାରେ ଲୋକଙ୍କୁ ଉଦ୍ଧାର କରିଥିଲେ ଓଡ଼ିଶା ଅଗ୍ନିଶମ କର୍ମଚାରୀ। ଜୀବନକୁ ପାଣି ଛଡ଼ାଇ ଯେଉଁ କର୍ମଚାରୀମାନେ କେରଳ ବନ୍ୟା ପୀଡ଼ିତଙ୍କୁ ସାହା ହୋଇଥିଲେ ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି।

କେରଳ ଯାଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରିବା ପାଇଁ ସଚିବାଳୟରେ ଆଜି ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଜୀବନକୁ ବାଜି ଲଗାଇ ଏକ ଚ୍ୟାଲେଞ୍ଜିଂ ମୁଡ୍‌ରେ କେରଳରେ ଉଦ୍ଧାର କାର୍ଯ୍ୟ କରି ଓଡ଼ିଶା ଫେରି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗର ୱେଲଫେୟାର ପାଣ୍ଠିକୁ ପ୍ରତିବର୍ଷ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ।

ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୪୫ ଜଣ କର୍ମଚାରୀ କେରଳ ଯାଇଥିଲେ। ଉଦ୍ଧାରକାରୀ ଟିମ୍‌ ଅଭିଜ୍ଞ କର୍ମଚାରୀମାନଙ୍କୁ ସାମିଲ କରାଯାଇଥିଲା। ୭୫ଟି ପାୱାର ବୋଟ୍ ସମେତ ଅତ୍ୟାଧୁନିକ ଉପକରଣ ନେଇ ଓଡ଼ିଶାରୁ ଉଦ୍ଧାରକାରୀ ଟିମ୍ କେରଳ ଯାଇଥିଲେ।

ଅଗ୍ନିଶମ କର୍ମଚାରୀମାନେ କେବଳ ଲୋକଙ୍କୁ ଉଦ୍ଧାର କରି ନାହାନ୍ତି ଗୃହପାଳିତ ପଶୁମାନଙ୍କୁ ନୂଆ ଜୀବନ ଦେଇଛନ୍ତି।

Comment