ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ଆଜି ଗୁରୁପ୍ରିୟା ସେତୁ ପରିଦର୍ଶନ କରିଛନ୍ତି। ସଭାପତିଙ୍କ ସହ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଭୁଜବଳ ମାଝୀର, ପୂର୍ବତନ ସାଂସଦ ପ୍ରଦୀପ ମାଝି, ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସମିଲ ହୋଇଥିଲେ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ଆଦିବାସୀଙ୍କୁ ଆଜି ଯାଏଁ ଜମିପଟା ମିଳୁନାହିଁ। ବିଚ୍ଛିନ୍ନାଞ୍ଚଳର ୨ ହଜାର ପିଲାଙ୍କୁ ପାଠପଢ଼ାରୁ ବଞ୍ଚିତ କରାଯାଇଛି। ଜାତି ପ୍ରମାଣପତ୍ର ନଥିବାରୁ ପିଲାଙ୍କୁ ସ୍କୁଲରେ ଦାଖଲ କରାଯାଉନାହିଁ। ଯାହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ।”

ନିରଞ୍ଜନ ଆହୁରି କହିଛନ୍ତି ଯେ କଂଗ୍ରେସ ସରକାର ଆସିଲେ ପେନସନ ୧୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଉପାନ୍ତ ଅଞ୍ଚଳର ଉନ୍ନତି ପାଇଁ କଂଗ୍ରେସ ସରକାର ପ୍ରଧାନ୍ୟ ଦେବ। ସିଏଜି ରିପୋର୍ଟ ଅନୁଯାୟୀ ଗୁରୁପ୍ରିୟା ସେତୁ ନିର୍ମାଣରେ ୭୪ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ନିରଞ୍ଜନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଅଞ୍ଚଳବାସୀ ଭୋଟ ବର୍ଜନ କରିବା ଭଳି ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ ଏବଂ ନିଜ ଅଧିକାର ସାବ୍ୟସ୍ତ କରି ସରକାର ପରିବର୍ତ୍ତନ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି।

LEAVE A REPLY

Please enter your comment!
Please enter your name here