ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇନଜୀବୀଙ୍କୁ ମାଡ଼ ମାରିଥିବା ପୋଲିସକୁ ଗିରଫ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଜି ଏଭଳି ଚରମବାଣୀ ଶୁଣାଇଛି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ। ସରକାର ଦାବି ନଶୁଣିବା ପର୍ଯ୍ୟନ୍ତ ଓକିଲମାନେ ଆନ୍ଦୋଳନ ଜାରି ରଖିବେ। ସମସ୍ତ ସରକାରୀ ଅଫିସ ବନ୍ଦ କରି ପ୍ରତିବାଦ ଚାଲିବ। କେବଳ ଟ୍ରେଜେରୀ ଏବଂ ବ୍ୟାଙ୍କକୁ ବନ୍ଦରୁ ବାଦ୍ ଦିଆଯିବ।

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି, “ଓକିଲମାନେ ଆନ୍ଦୋଳନ ଜାରି ରଖିବେ। ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିବେ। ମୁଖ୍ୟମନ୍ତ୍ରୀ ଓଡ଼ିଶା ବାହାରେ ଥିବାରୁ ଗୁରୁବାର ହେବାକୁ ଥିବା ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ଏନେଇ ନିଷ୍ପତ୍ତି ନିଆଯିବ।”

ଓକିଲମାନେ ଆଜି କଟକରେ ଆନ୍ଦୋଳନ ଜାରି ରଖିଥିଲେ। ସମସ୍ତ ସରକାରୀ ଅଫିସ ଆଗରେ ପିକେଟିଂ କରିଥିଲେ।

ଅଗଷ୍ଟ ୨୮ ତାରିଖରେ କଟକ ନୂଆବଜାର ଅଞ୍ଚଳରେ ହାଇକୋର୍ଟର ଆଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ଜଣେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ୩୦ ତାରିଖରୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

LEAVE A REPLY

Please enter your comment!
Please enter your name here