ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ ଥିବା ଏକ କୂଅରୁ ଶନିବାର ଦିନ ଦୁଇ ଭଉଣୀଙ୍କ ମୃତଶରୀର ଠାବ କରାଯାଇଛି।
ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ ଶନିବାର ଦିନ ଘଟିଛି ଏକ ଅଭାବନୀୟ ଘଟଣା। ଛେଳିଗଡ଼ ଗାଁରେ ଥିବା ଏକ କୂଅ ଭିତରୁ ଦୁଇ ଭଉଣୀ ସ୍ୱପ୍ନା ଆଚାରୀ(୨୨) ଓ କିରଣ ଆଚାରୀ(୧୪)ଙ୍କ ମୃତଶରୀର ମିଳିଛି।
ନିଜ ଘର ସାମ୍ନାରେ ଥିବା କୂଅ ଭିତରୁ ସେମାନଙ୍କର ମୃତଶରୀରକୁ ଠାବ କରାଯାଇଥିଲା। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖୋଳିଯାଇଛି।

ଗାଁ ଲୋକେ ଅଗ୍ନିଶମ କର୍ମଚାରୀ ଓ ପୋଲିସକୁ ଏହି ଖବର ଦେବା ପରେ ସେମାନେ ଆସି ମୃତ ଶରୀରକୁ କୂଅରୁ ବାହାର କରିଥିଲେ।
ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏଯାଏଁ ପ୍ରକୃତ କାରଣ ଜଣାପଡ଼ିନାହିଁ।
ହେଲେ ଗାଁଲୋକଙ୍କ କହିବାନୁସାରେ, “ଦୁଇ ଭଉଣୀଙ୍କର ବିବାହ ହୋଇ ପାରୁନଥିଲା। ସେଥିପାଇଁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବେ ବୋଲି ସନ୍ଦେହ କରାଯାଉଛି।“ ପୋଲିସ ଏହି ଘଟଣାର ତଦନ୍ତ କରୁଛି।


















