ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ
  • ମାର୍ଚ୍ଚ ସୁଦ୍ଧା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିବାର ଲକ୍ଷ୍ୟ
  • ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ୭୪ ହଜାର ହିତାଧିକାରୀ ସାମିଲ
  • ପଶ୍ଚିମ ଓଡ଼ିଶାରୁ କେବଳ ୪ ଲକ୍ଷ ୪୪ ହଜାର ହିତାଧିକାରୀ

ରାଜ୍ୟ ସରକାର ଆଜି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି। ଏନେଇ ବାଲେଶ୍ୱର, ନବରଙ୍ଗପୁର, ସୁନ୍ଦରଗଡ଼, ବଲାଙ୍ଗିର ଜିଲ୍ଲାରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା।

ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ୭୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି। ପଶ୍ଚିମ ଓଡ଼ିଶାରୁ କେବଳ ୪ ଲକ୍ଷ ୪୮ ହଜାର ହିତାଧିକାରୀ ସାମିଲ୍ ହୋଇଛନ୍ତି।

ଗତ ଜୁଲାଇ ୨୮ ତାରିଖରେ ଓଡ଼ିଶା ତାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ।

୨୦୦୮ରେ ରାଜ୍ୟ ସରକାର ପ୍ରଥମେ ୨ ଟଙ୍କାରେ ଗରୀବ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେଇଥିଲେ। ୨୦୧୩ରେ ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ଅଧିକ ଗରୀବ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଓଡ଼ିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିଛି।

Comment