ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ଡିସେମ୍ବରରେ ହେବାକୁ ଥିବା ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏବେଠାରୁ ଦଳ ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନରେ ସ୍ଥିତି ସୁଦୃଢ଼ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।
କେନ୍ଦ୍ରମନ୍ତ୍ରୀମାନଙ୍କୁ ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ବିଜେପି ସଭାପତି ଅମିତ ଶାହ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯାଇଥିବା ବେଳେ ଜେପି ନଡ୍ଡାଙ୍କୁ ତେଲେଙ୍ଗାନା, ପ୍ରକାଶ ଜାବଡେକରଙ୍କୁ ରାଜସ୍ଥାନ ନିର୍ବାଚନର ଦାୟିତ୍ୱ ଦିଆଯାଇଛି।
ସେହିପରି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ମୁକୁଲ ରାୟଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପରିଚାଳନର ଆବାହକ କରାଯାଇଛି। ଅରବିନ୍ଦ ମେନନଙ୍କୁ ପଶ୍ଚିମବଙ୍ଗର ସହ ପ୍ରଭାରୀ ଭାବେ ନିଯୁକ୍ତ ଦେଇଛନ୍ତି ଅମିତ ଶାହ।
ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ସରକାରରେ ରହିଛି। ହେଲେ ଏସବୁ ରାଜ୍ୟରେ ବିଜେପି ବିରୋଧୀ ହାୱା ବହୁଛି। ଏସବୁକୁ ମୁକାବିଲା କରିବା ପାଇଁ ବିଜେପି ରାଷ୍ଟ୍ରିୟ ସଭାପତି ତୁଙ୍ଗ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି।


















