ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ଳାଗି ସୁପାରସ କଲେ ସୁପ୍ରିମକୋର୍ଟ କଲେଜିୟମ୍। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ମୁମ୍ବାଇ ହାଇକୋର୍ଟକୁ ବଦଳି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। କଲେଜିୟମ୍ ବୁଧବାର ବିଭିନ୍ନ ହାଇକୋର୍ଟରେ ଅବସ୍ଥାପିତ ୮ ଜଣ ବିଚାରପତିଙ୍କ ବଦଳି ଲାଗି ସୁପାରିସ କରିଛନ୍ତି।
ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଏହି ସୁପାରିସ କରାଯାଇଛି। ଏହି ସୁପାରିସ କ୍ରମେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ବମ୍ବେ ହାଇକୋର୍ଟକୁ ବଦଳି କରାଯିବ। ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ ଶତୃଘ୍ନ ପୂଜାରୀକୁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଆଣିବାକୁ ସୁପାରିସ କରିଛନ୍ତି କଲେଜିୟମ୍।
ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କ ବଦଳି ଝାଡଖଣ୍ଡ ହାଇକୋର୍ଟକୁ କରାଯିବା ଲାଗି ମଧ୍ୟ କଲେଜିୟମ୍ ପକ୍ଷରୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏହି ସୁପାରିସ୍ କରାଯାଇଛି।
















