ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ବାଲିସାହି ଫାଣ୍ଡି ଅଞ୍ଚଳରେ ବୁଧବାର ରାତିରେ ୮ ବର୍ଷର ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ଚୋର।
ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ତିନି ଜଣ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ହେଲେ ଘରେ ପଶିବା ପରେ ୮ ବର୍ଷର ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଏପରି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି।

ସ୍ଥାନୀୟ ପୋଲିସଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ବାଲିସାହି ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘରେ ସମସ୍ତେ ଶୋଇଥିବା ବେଳେ ତିନି ଜଣ ଚୋର ପଶିଥିଲେ। ସେମାନେ ଘରୁ ଟଙ୍କା, ସୁନା ଅଳଙ୍କାର ଆଦି ଚୋରି କରିବା ସହିତ ୮ ବର୍ଷର ନାବାଳିକାଙ୍କୁ ଉଠାଇ ନେଇଥିଲେ। ଝିଅଟିକୁ ଘରଠାରୁ ଅଳ୍ପ ଦୂରକୁ ନେଇ ଚୋରମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରଥମେ ପୋଲସରା ମେଡିକାଲକୁ ନିଆଯାଇଥିଲା। କିନ୍ତୁ ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।


















