ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି।
ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଗଠନ ହୋଇଛି ମନ୍ତ୍ରିସ୍ତରୀୟ କମିଟି। ଏବିଷୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହାଛଡ଼ା ଏହି କମିଟିରେ କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସଦସ୍ୟ ଅଛନ୍ତି।
ଏହି କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ। ଟର୍ମ ଅଫ ରେଫେରେନ୍ସ ଅନୁଯାୟୀ, ଏଥିରେ ଚାଷୀମାନଙ୍କର ଦାବିଗୁଡ଼ିକ ବିଷୟରେ ଆଲୋଚନା କରାଯିବ। “ଚାଷୀଙ୍କ ଦାବିକୁ ସରକାର ସହୃଦୟତାର ସହ ବିଚାର କରୁଛନ୍ତି” କହିଛନ୍ତି, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।

ଅପରପକ୍ଷରେ ତମାଣ୍ଡୋଠାରେ ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହାଛଡ଼ା ତମାଣ୍ଡୋଠାରେ ପୋଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ବ୍ୟାରିକେଟ୍କୁ ଚାଷୀମାନେ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରି ଯାଇଛନ୍ତି। ଏହାଛଡ଼ା ୧୪୪ ଧାରାକୁ ଭାଙ୍ଗି ରାଜଧାନୀରେ ପଶିଛନ୍ତି ଚାଷୀ। ଏଥିସହ ପୋଲିସ ଖଣ୍ଡଗିରି ନିକଟରେ ଅନେକ ଚାଷୀଙ୍କୁ ଗିରଫ କରିଛି।
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ସପ୍ତାହେ ବ୍ୟାପୀ ପଦଯାତ୍ରା ପରେ ରାଜଧାନୀ ଉପକଣ୍ଠରେ ପହଞ୍ଚିଛନ୍ତି। ଏହି ବିଶାଳ ଚାଷୀ ସମାବେଶରେ ଯୋଗଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠ ହଂସପାଳଠାରେ ପହଞ୍ଚିଥିଲେ।
ଏହାଛଡ଼ା ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମାବେଶକୁ ଘୋର୍ ବାରଣ କରିଛନ୍ତି। ସେଥିପାଇଁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋଠାରେ ଅଟକ ରଖା ଯାଇଥିଲା।

















