ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ ବଲିଉଡ଼ର ଲୋକପ୍ରିୟ ସଙ୍ଗୀତକାର ଏଆର ରେହମାନ।
ନଭେମ୍ବର ୨୭ରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଏନେଇ ଉତ୍ସବ ମୁଖର ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଏଥିସହ ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ବଲିଉଡ଼ର ଲୋକପ୍ରିୟ ସଙ୍ଗୀତକାର ଏଆର ରେହେମାନ ଯୋଗ ଦେବାକୁ ଆସୁଛନ୍ତି।

ଏହାଛଡ଼ା ନଭେମ୍ବର ୨୮ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ଲୋକପ୍ରିୟ ସଙ୍ଗୀତକାର ଏଆର ରେହମାନଙ୍କ ହକି ସେଲିବ୍ରେସନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରେହେମାନଙ୍କ ସହ ସାମିଲ ହେବେ ଅନ୍ୟ ବଲିଉଡ଼ କଳାକାର।
ତେବେ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅନ୍ଲାଇନ ଜରିଆରେ ଟିକେଟ ବୁକ୍ କରିପାରିବେ। ଏହାଛଡ଼ା ଅନ୍ଲାଇନରେ ୧୫ ହଜାର ଟିକେଟ ଉପଲବ୍ଧ ଥିବା ସୂଚନା ରହିଛି।
















